ଉତ୍କଳେ ଉତ୍କଳ ଶୋଭା By Bholasankar | U Writer

ଉତ୍କଳେ ଉତ୍କଳ ଶୋଭା
~By Bholasankar ✍🏻
Writer | U Writer
ଉତ୍କଳୀୟ ହୋଇ ଉତ୍କଳେ ମୁଁ ନାହିଁ ଉତ୍କଳ ବାସି ହସଇ, ଉତ୍କଳ ରେ ଯେବେ ଉତ୍କଳ ଦେଖିଲି ଉତ୍କଳୀ ହୋଇଲି ମୁହିଁ । ଉତ୍କଳ ର ଦ୍ବାର ମନ ମୋହି ନେଲା ମାତାଙ୍କ ଦର୍ଶନ ପାଇ, ବାମରେ ସମ୍ରାଟ ଡାହାଣ ରେ ବ୍ୟାସ ପ୍ରତିମୂର୍ତ୍ତି ଶୋଭା ପାଇଁ । ବୀଣାପାଣି ନାମେ ବାଣୀବିହାର ରେ ଉତ୍କଳ ନାମିତ ଏହି, ଆସି ଯାଇଅଛି ଉତ୍କଳ ପ୍ରାଙ୍ଗଣେ ଉତ୍କଳ ର ଦ୍ବାର ଦେଇ । ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ ନାମରେ ପ୍ରତିଫଳିତ, ଉଚ୍ଚ ନାମ ଦେଖି ଉଚ୍ଚ ଆଶା ବଢ଼େ ଚନ୍ଦକା ହିଁ ଅନୁଭୂତ । ସମ୍ରାଟ ତ୍ୟଜିଲି କାନ୍ତ ଙ୍କୁ ଲଭିଲି ଚରଣେ ଶରଣ ପଶେ, ଭଞ୍ଜ ଭୂଇଁ ଛାଡି ଆଶ୍ରୟ ପାଇଲି ଲକ୍ଷ୍ମୀ କାନ୍ତ ଛାତ୍ରାବାସେ । ସକାଳେ ମାଉସୀ ଦୋକାନ ଘୁଗୁନି, ସଂଧ୍ୟା ଅଜା ଚାହା ଭେଟ, ଦୈନନ୍ଦିନ ଆବଶ୍ୟକତା ପୂରଣ ଗୋବିନ୍ଦ ସାହୁ ମାର୍କେଟ । କହି ଆସିଅଛି ମାଆକୁ ମୋହର ଉତ୍କଳ ଯାଉଛି ମୁହିଁ, ଉତ୍କଳ ର କଥା ଉତ୍କଳ ର ଗାଥା ଉତ୍କଳ ଗୌରବ ପାଇଁ ।
Tags: #Poetry #UWriter

0 Comments