~By Bholasankar ✍🏻
Writer | U Writer
ଉତ୍କଳୀୟ ହୋଇ ଉତ୍କଳେ ମୁଁ ନାହିଁ
ଉତ୍କଳ ବାସି ହସଇ,
ଉତ୍କଳ ରେ ଯେବେ ଉତ୍କଳ ଦେଖିଲି
ଉତ୍କଳୀ ହୋଇଲି ମୁହିଁ ।
ଉତ୍କଳ ର ଦ୍ବାର ମନ ମୋହି ନେଲା
ମାତାଙ୍କ ଦର୍ଶନ ପାଇ,
ବାମରେ ସମ୍ରାଟ ଡାହାଣ ରେ ବ୍ୟାସ
ପ୍ରତିମୂର୍ତ୍ତି ଶୋଭା ପାଇଁ ।
ବୀଣାପାଣି ନାମେ ବାଣୀବିହାର ରେ
ଉତ୍କଳ ନାମିତ ଏହି,
ଆସି ଯାଇଅଛି ଉତ୍କଳ ପ୍ରାଙ୍ଗଣେ
ଉତ୍କଳ ର ଦ୍ବାର ଦେଇ ।
ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ
ନାମରେ ପ୍ରତିଫଳିତ,
ଉଚ୍ଚ ନାମ ଦେଖି ଉଚ୍ଚ ଆଶା ବଢ଼େ
ଚନ୍ଦକା ହିଁ ଅନୁଭୂତ ।
ସମ୍ରାଟ ତ୍ୟଜିଲି କାନ୍ତ ଙ୍କୁ ଲଭିଲି
ଚରଣେ ଶରଣ ପଶେ,
ଭଞ୍ଜ ଭୂଇଁ ଛାଡି ଆଶ୍ରୟ ପାଇଲି
ଲକ୍ଷ୍ମୀ କାନ୍ତ ଛାତ୍ରାବାସେ ।
ସକାଳେ ମାଉସୀ ଦୋକାନ ଘୁଗୁନି,
ସଂଧ୍ୟା ଅଜା ଚାହା ଭେଟ,
ଦୈନନ୍ଦିନ ଆବଶ୍ୟକତା ପୂରଣ
ଗୋବିନ୍ଦ ସାହୁ ମାର୍କେଟ ।
କହି ଆସିଅଛି ମାଆକୁ ମୋହର
ଉତ୍କଳ ଯାଉଛି ମୁହିଁ,
ଉତ୍କଳ ର କଥା ଉତ୍କଳ ର ଗାଥା
ଉତ୍କଳ ଗୌରବ ପାଇଁ ।
Tags:
#Poetry
#UWriter
0 Comments
📩 Give Your Precious Comments before You Leave. (Put your Name before comment.)