Poem Cover
ଜୀବନ ସମୀକ୍ଷା
Writer Profile
✍ନିବେଦିତା ମହାନ୍ତି
Writer | U Writer
ଦୁଃଖ ଯଦି ମୋର ଚିର ସହଚର ସୁଖ ମୁଁ ଖୋଜିବି କିଆଁ, ସେହି ଦୁଃଖରେ ମୁଁ ଜୀବନ ଜିଉଁଛି ଏଇ ଅଟେ ମୋ ଦୁନିଆ। ଅଲୋଡ଼ା ଜୀବନ ଅସ୍ଥାୟୀ ସମ୍ପର୍କ ରହିପାରେ କେତେ କାଳ, ପୁନେଇଁ ଚାନ୍ଦକୁ ଅମାବାସ୍ଯା ରାତି ଜୁଆର ଭଟ୍ଟାର ଖେଳ। କେତେବେଳେ ଖରା କେତେବେଳେ ଛାଇ ଭଉଁରୀ ନେଲାଣି ମୋଡ଼, ଘୋଟି ଆସିଲାଣି କଳା ବାଦାଲଟା ଅବଶ ମୋ ହାତଗୋଡ଼। ନିଜ ବାହୁ ବଳ ନିସ୍ତେଜ ହେଲାଣି ନଉକା ଯେ ଟଳମଳ, ସତରେ କ'ଣ ମୋର ଜୀବନସାଥୀ ବାଣ୍ଟି ନେବେ କର୍ମ ଫଳ!!!
Tags: #ଓଡିଆ #କବିତା #UWriter