ନାରୀ ଟିଏ ସ ✍ନିବେଦିତା ମହାନ୍ତି | U Writer

Poem Cover
ନାରୀ ଟିଏ ସେ
Writer Profile
✍ନିବେଦିତା ମହାନ୍ତି
Writer | U Writer
ମୁଁ ତାକୁ ନିଇତି ଦେଖୁଛି ଜଳିବାର ନିଇତି ମରିବାର ଜଳି ଜଳି ମରି ମରି ପୁଣି ଥରେ ଜିଇଁବାର, ଝରକା ଏ ପାଖରେ ହେଉ କି ସେ ପାଖରେ ଲୁହ ଲହୁ କଷ୍ଟ ଯନ୍ତ୍ରଣା ସବୁକୁ ଆଖି ବୁଜି ହସି ହସି ପିଇବାର। ମୁଁ ତାକୁ ନିଇତି ଦେଖୁଛି ଅବଳାରୁ ସବଳା ହେବାର ସଶକ୍ତ ହେବାର, ହାରିବା କୁ ନ ଡରି ଲଢ଼ିବା ପାଇଁ ପ୍ରସ୍ତୁତ ହେବାର। କାରଣ ସେ ପରା ଧୈର୍ଯ୍ୟ ସହନଶକ୍ତିର କେନ୍ଦ୍ରବିନ୍ଦୁ ଶକ୍ତି ସ୍ବରୁପିଣୀ ଆଶା ସ୍ବପ୍ନ ଆଉ ସଂଭାବନାର ଜନନୀ ନାରୀ, କେହି ନୁହେଁ ତା' ପରି କେହି ନୁହେଁ ତା' ସରି ସେ ନାରୀ ସେ ନାରୀ।
Tags: #ଓଡିଆ #କବିତା #UWriter

0 Comments